slider

Type Here to Get Search Results !

Follow Us

ଅଲ୍ଲୁ ଅର୍ଜୁନଙ୍କୁ କରୋନା

Top Post Ad

 ଚେନ୍ନାଇ : ତେଲୁଗୁ ଅଭିନେତା ଅଲ୍ଲୁ ଅର୍ଜୁନ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଅଭିନେତା ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ଏବେ ସେ ସଙ୍ଗରୋଧରେ ଅଛନ୍ତି।





ସେ ଟ୍ବିଟ୍‌ କରି ଲେଖିଛନ୍ତି, “ସମସ୍ତଙ୍କୁ ନମସ୍କାର! ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ମୁଁ ଘରେ ସଙ୍ଗରୋଧରେ ରହିଛି। ଏହାସହିତ ସମସ୍ତ ନିୟମ ସାବଧାନତା ଅବଲମ୍ବନ କରୁଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଦୟାକରି ନିଜ କୋଭିଡ଼୍‌ ପରୀକ୍ଷା କରାଇନିଅନ୍ତୁ। ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ନିଜ ସମୟ ଆସିଲେ ଟିକା ନିଶ୍ଚୟ ନିଅନ୍ତୁ। ମୋ ପ୍ରଶଂସକ ଓ ଶୁଭ ଚିନ୍ତକମାନଙ୍କୁ ନିବେଦନ କରୁଛି ମୋତେ ନେଇ ଚିନ୍ତିତ ହୁଅନ୍ତୁନାହିଁ, ମୁଁ ଭଲ ଅଛି’’।

ଅଲ୍ଲୁ ଅର୍ଜୁନଙ୍କ ଏହି ଟ୍ବିଟ୍‌ ଖୁବ୍‌ ଭାଇରାଲ ହେଉଛି ଏବଂ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Below Post Ad

Post a Comment

1 Comments
* Please Don't Spam Here. All the Comments are Reviewed by Admin.