କରୋନା ସମ୍ପର୍କରେ ଡା. ପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମହାମାରୀର ୨ୟ ତରଙ୍ଗ ସବୁବେଳେ ଅଧିକ ତୀବ୍ର ରହିଥାଏ। କୋଭିଡ ନିୟମ ମାନିବାରେ ସଂଯମତା ଏବଂ ସତର୍କତାରେ ଲୋକେ ଢିଲା କଲେ। ଏହିସବୁ କାରଣ ଯୋଗୁ ପ୍ରଥମ ତୁଳନାରେ ୨ୟ ତରଙ୍ଗ ଅଧିକ ଗମ୍ଭୀର ହେଉଛି। ଯଦି କେହି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ତେବେ ପରୀକ୍ଷା କରାଇ ନିଅନ୍ତୁ। ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇ ନେବା ଜରୁରୀ। ନଚେତ୍, ୪/୫ ଦିନ ମଧ୍ୟରେ ପରୀକ୍ଷା କରାଇବା ଦରକାର। ପରୀକ୍ଷା ରିପୋର୍ଟ ନ ଆସିବା ଯାଏ ନିଜକୁ ଏକାନ୍ତବାସରେ ରଖନ୍ତୁ। ଏକାନ୍ତବାସରେ ରହିବା ସହିତ ମାସ୍କ ପରିଧାନ କରନ୍ତୁ। କରୋନା ଟିକା ନେଇଥିଲେ ବି ଯଦି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଛନ୍ତି, ତା’ହେଲେ ପରୀକ୍ଷା କରାଇ ନିଅନ୍ତୁ ବୋଲି ଡା. ପତି କହିଛନ୍ତି।
|