slider

Type Here to Get Search Results !

Follow Us

ପଶ୍ଚିମବଙ୍ଗ ସରକାରଙ୍କ ବଡ ଘୋଷଣା । ଜୁନ୍ ୩୦ ତାରିଖ ଯାଏ ରହିବ ଲକଡାଉନ । ଜାଣନ୍ତୁ କଣ ଖୋଲା କଣ ବନ୍ଦ

ପଶ୍ଚିମବଙ୍ଗ ସରକାରଙ୍କ ବଡ ଘୋଷଣା । ଜୁନ୍ ୩୦ ତାରିଖ ଯାଏ ରହିବ ଲକଡାଉନ । ଜାଣନ୍ତୁ କଣ ଖୋଲା କଣ ବନ୍ଦ

ପଶ୍ଚମବଙ୍ଗ ସରକାରଙ୍କ ବଡ ଘୋଷଣା । ଜୁନ୍ ୩୦ ତାରିଖ ଯାଏ ରହିବ ଲକଡାଉନ । ଜାଣନ୍ତୁ କଣ ଖୋଲା କଣ ବନ୍ଦ




@KhantiOdiaNews- ପଶ୍ଚିମବଙ୍ଗରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ଲକଡାଉନ ବେଳେ କିଛି କୋହଳ ନୀତି ଅବଲମ୍ବନ କରିବାକୁ ସିଧା ମନା କରିଦେଇଛନ୍ତି । ରାଜ୍ୟ ମୁଖ୍ୟ ସଚିବ ହରିକୃଷ୍ଣ ଦ୍ୱିବେଦୀ କହିଛନ୍ତି କି ଲକଡାଉନ ବେଳେ ବସ୍, ମେଟ୍ରୋ, ଲୋକାଲ ଟ୍ରେନ୍ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏହାସହ ଖୁଚୁରା ଦୋକାନଗୁଡିକ ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ଖୋଲା ରହିବ । ରେଷ୍ଟୁରାଣ୍ଟଗୁଡିକ ମଧ୍ୟାହ୍ନ ୧୨ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିବ ।



  • ଜୁନ ୧୬ ରୁ ରେଷ୍ଟୁରାଣ୍ଟ ଗୁଡିକ ୫୦ ପ୍ରତିଶତ ଗ୍ରାହକଙ୍କ ସହ ସକାଳ ୧୨ ରୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲିପାରିବେ ।
  • ୩୦ ପ୍ରତିଶତ ଗ୍ରାହକଙ୍କ ସହ ମଲ ଗୁଡିକ ସକାଳ ୧୧ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲା ରହିବ ।
  • ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଗୁଡିକ ୨୫ ପ୍ରତିଶତ କର୍ମଚାରୀଙ୍କ ସହ ସକାଳ ୧୦ ରୁ ଅପରାହ୍ନ ୪ ଟା ଯାଏ ଖୋଲା ରହିବ ।
  • ବିନା ଦର୍ଶକରେ ଷ୍ଟାଡିୟମ ମାନଙ୍କରେ ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇ ପାରିବ ।
  • ପରିବହନ ସେବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଛନ୍ତି ରାଜ୍ୟ ସରକାର ।
  • କେବଳ ଟିକା ନେଇସାରିଥିବା ଲୋକମାନଙ୍କ ପାଇଁ ପାର୍କ ଭିତରକୁ ଯିବାକୁ ଅନୁମତି ମିଳିବ ।
  • ସ୍କୁଲ, କଲେଜ, ୟୁନିଭରସିଟି, ପଲିଟେକନିକ୍, ଅଙ୍ଗନବାଡି କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଦ ରହିବ ।


ଏହି ଭଳି କିଛି କଟକଣା ଉପରେ କୋହଳ କରାଯାଇଥିବା ବେଳେ କିଛି କଟକଣା ପୂର୍ବଭଳି ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । କହିରଖୁ କି କରୋନା କାଳରେ ପଶ୍ଚିମବଙ୍ଗରେ ନିର୍ବାଚନ ହୋଇଥିଲା । ଏଥିରେ ସଭା ସମିତି ଓ ଭୋଟ ଦାନ ବେଳେ କରୋନା କଟକଣାକୁ ନା ନେତା ନା ଭୋଟର କେହି ମାନି ନଥିବାର ଦେଖିବାକୁ ମିଳିଥିଲା । ଭୋଟ ଗ୍ରହଣ ଶେଷ ହେବା ପରେ ଅଚାନକ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଥିଲା । ଯାହାକୁ ନଜରରେ ରଖି ରାଜ୍ୟ ସରକାର ରାଜ୍ୟରେ ଲକଡାଉନ୍ ଘୋଷଣା କରିଥିଲେ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad

Below Post Ad

Sponsor