slider

Type Here to Get Search Results !

Follow Us

ବଲାଙ୍ଗୀରରେ ବନ୍ଧୁକଧାରୀର ଆତଙ୍କରାଜ ; ଉଦ୍ଧାର ହେଲେ ବନ୍ଧକ ପରିବାର

Top Post Ad

ବଲାଙ୍ଗୀରରେ ବନ୍ଧୁକଧାରୀର ଆତଙ୍କରାଜ ; ଉଦ୍ଧାର ହେଲେ ବନ୍ଧକ ପରିବାର


balangir-gun-man




@KhantiOdiaNews- ବଲାଙ୍ଗୀରରେ ଆଜି ଦେଖାଦେଇଥିଲା ବନ୍ଧୁକଧାରୀର ଆତଙ୍କରାଜ। ଦୀର୍ଘ ସମୟର ପ୍ରୟାସ ପରେ ଘରୁ ଭିତରୁ ପୁଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ଉଦ୍ଧାର ହେଲେ ବନ୍ଧକ। ଏଭଳି ଘଟଣା ଆଜି ବଲାଙ୍ଗୀର ଜିଲା ଅନ୍ତର୍ଗତ ଶାନ୍ତିପଡାରେ ଘଟିଛି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ଜଣେ ଯୁବକ ବନ୍ଧୁକ ଧରି ପ୍ରବେଶ କରି ଉକ୍ତ ଶିକ୍ଷକଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ବନ୍ଧୁକ ମୁନରେ ରଖିଥିଲା। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ପ୍ରୟାସ ପରେ ଏସଡିପିଓ ଓ ଅଗ୍ନିଶମ କର୍ମଚାରୀ ଝରକା ବାଟେ ଘର ଭିତରେ ପ୍ରବେଶ କରି ସମସ୍ତ ବନ୍ଧକଙ୍କୁ ଉଦ୍ଧାର କରିଥିଲେ। ଏନେଇ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସହ ଉକ୍ତ ଯୁବକକୁ କାବୁ କରାଯାଇଛି ବୋଲି ସୂଚନା ମିଳିଛି।

Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.