slider

Type Here to Get Search Results !

Follow Us

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସୂଚନା । ଶ୍ରୀଲଙ୍କା ଗସ୍ତ ବେଳେ ଭାରତୀୟ କ୍ରିକେଟ୍ ଟିମର କୋଚ୍ ପଦ ସମ୍ଭାଳିବେ ରାହୁଲ ଦ୍ରାବିଡ

Top Post Ad

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସୂଚନା । ଶ୍ରୀଲଙ୍କା ଗସ୍ତ ବେଳେ ଭାରତୀୟ କ୍ରିକେଟ୍ ଟିମର କୋଚ୍ ପଦ ସମ୍ଭାଳିବେ ରାହୁଲ ଦ୍ରାବିଡ


rahul-dravid





@KhantiOdiaNews- କିଛିଦିନ ତଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲବୋର୍ଡ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଥିଲା । ଏହି ଘୋଷଣା ବେଳେ ଟିମର କୋଚ କିଏ ରହିବ ସେନେଇ କିଛି ସୂଚନା ଦିଆଯାଇ ନଥିଲା । ଏନେଇ ଆଜି ଘୋଷଣା କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗୁଲିଙ୍କୁ ସୂଚନା ମୁତାବକ ଶ୍ରୀଲଙ୍କା ଗସ୍ତବେଳେ ଭାରତୀୟ ଟିମର କୋଚ ଦାୟୀତ୍ୱ ସମ୍ଭାଳିବେ ରାହୁଲ ଦ୍ରାବିଡ । କହିରଖୁ କି ରାହୁଲ ଦ୍ରାବିଡ ଏହା ପୂର୍ବରୁ କିଛିବର୍ଷ ଇଣ୍ଡିଆ ଅଣ୍ଡର ୧୯ ଟିମର କୋଚ୍ ଭାର ସମ୍ଭାଳିଥିଲେ । ଭାରତୀୟ ଟିମ୍ ଏହି ଗସ୍ତ ବେଳେ ୨ ଟି ସିରିଜ୍ ଖେଳିବ । ଶୀଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ୩ ଟି ଏକଦିବସୀୟ ମ୍ୟାଚ୍ ଓ ୩ ଟି ଟି-୨୦ ମ୍ୟାଚ୍ ଖେଳିବ । 

ଏହି ମ୍ୟାଚ୍ ୧୩ ରୁ ୨୫ ଜୁଲାଇ ମଧ୍ୟରେ ଅନୁଷ୍ଠିତ ହେବ । ଏହି ଗସ୍ତରେ ଭାରତୀୟ ଟିମର କ୍ୟାପଟେନ ଭାବେ ଶୀଖର ଧାୱନଙ୍କୁ ମନୋନୀତ କରାଯାଇଛି । ଏହାସେ ଦ୍ରୁତ ବୋଲର ଭୂବନେଶ୍ୱର କୁମାର ଉପ ଅଧିନାୟକ ଭାବେ ଚୟନ କରାଯାଇଛି । ଏହା ବ୍ୟତୀତ ଚେତନ ସକାରୀୟା, ନିତୀଶ ରାଣା, ଦେବଦତ୍ତ ପଡିକଲ, ଋତୁରାଜ ଗାଇକୱାର୍ଡ ଓ କୃଷ୍ଣାପା ଗୌତମଙ୍କ ଭଳି ଯୁବ ଚେହେରାଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ଶ୍ରୀଲଙ୍କା ଗସ୍ତରେ ଯାଉଥିବା ଭାରତୀୟ ଟିମରେ ରହିଛନ୍ତି । 

ଶୀଖର ଧାୱନ (ଅଧିନାୟକ), ଭୁବନେଶ୍ୱର କୁମାର (ଉପ-ଅଧିନାୟକ),ପୃଥୀ ଶ, ଦେବଦତ୍ତ ପଡିକଲ, ଋତୁରାଜ ଗାଇକୱାର୍ଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଧିକ ପାଣ୍ଡ୍ୟା, ନିତୀଶ ରାଣା, ଇଶାନ କିଷାନ (ୱିକେଟ୍ କିପର), ସଂଜୁ ସେମସନ୍, ୟୁଜବେନ୍ଦ୍ର ଚହଲ, ରାହୁଲ ଚହର, କୃଷ୍ଣାପା ଗୌତମ, କୃଣାଳ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଦୀପକ ଚହର, ନବଦୀପ ସୋନୀ ଓ ଚେତନ ସକାରିୟା

Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.