slider

Type Here to Get Search Results !

Follow Us

ସତ୍ୟ ନାଡେଲା ମାଇକ୍ରୋସଫ୍ଟ ଚେୟାରମ୍ୟାନ ନିଯୁକ୍ତ

Top Post Ad

ସତ୍ୟ ନାଡେଲା ମାଇକ୍ରୋସଫ୍ଟ ଚେୟାରମ୍ୟାନ ନିଯୁକ୍ତ

satya-nadella




@Khantiodianews- ଭାରତ ଜନ୍ମିତ ସତ୍ୟ ନାଡେଲା ମାଇକ୍ରୋସଫ୍ଟ କର୍ପୋରେସନର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଏହାର ଚିଫ ଏକଜିକ୍ୟୁଟିଭ ଅଫିସର (ସିଇଓ) ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ମାଇକ୍ରୋସଫ୍ଟର ଚେୟାରମ୍ୟାନ ଥିବା ଜନ୍‍ ଥମ୍ପସନଙ୍କ ସ୍ଥାନରେ ନାଡେଲାଙ୍କୁ ନୂତନ ନିଯୁକ୍ତି ଦିଆଯାଇଥିବା ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସତ୍ୟ ନାଡେଲାର ମାଇକ୍ରୋସଫ୍ଟର ସିଇଓ ଭାବେ ୨୦୧୪ରେ ଷ୍ଟିଭ୍‍ ବାମରଙ୍କ ନିକଟରୁ ଦାୟିତ୍ୱ ଗ୍ରହଣ କରିଥିଲେ। ସିଇଓ ଭାବରେ ତାଙ୍କ କାର୍ଯ୍ୟକାଳ ସମୟରେ ସେ କମ୍ପାନୀର ବ୍ୟବସାୟିକ ଅଭିବୃଦ୍ଧି ଘଟାଇବା ସହିତ ଲିଙ୍କଡଇନ୍‍, ନୁଆନ୍ସ କମ୍ୟୁନିକେସନ୍ସ ଏବଂ ଜେନିମାକ୍ସ ଆଦି ଅଧିଗ୍ରହଣ କରିବାରେ ମୁଖ୍ୟ ଭୂମିକା ନେଇଥିଲେ।

କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ୨୦୧୪ରେ ଥମସନ ବିଶ୍ୱର ଏହି ବୃହତ ସଫ୍ଟଓୟାର କମ୍ପାନୀର ସହ ପ୍ରତିଷ୍ଠାତା ବିଲ୍‍ ଗେଟ୍ସଙ୍କ ଠାରୁ ଚେୟାରମ୍ୟାନ ଦାୟିତ୍ୱ ଗ୍ରହଣ କରିଥିଲେ। ସଂପ୍ରତି ନାଡେଲା ଚେୟାରମ୍ୟାନ ହେବାପରେ ଥମସନ ଏହାର ଲିଡ୍‍ ଇଣ୍ଡିପେଣ୍ଡେଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିବେ। ଇତିମଧ୍ୟରେ ମାଇକ୍ରୋସଫ୍ଟ ପକ୍ଷରୁ ସେୟାର ପିଛା ୫୬% ତ୍ରୟମାସିକ ଲାଭାଂଶ ଘୋଷଣା କରାଯାଇଛି।

Below Post Ad

Post a Comment

1 Comments
* Please Don't Spam Here. All the Comments are Reviewed by Admin.