slider

Type Here to Get Search Results !

Follow Us

ଟିିକାକରଣ କ୍ଷେତ୍ରରେ ବିଏମସିର ସଫଳତା : ଟିକା ନେଲେଣି ୧୦ଲକ୍ଷ

Top Post Ad

 ଟିିକାକରଣ କ୍ଷେତ୍ରରେ ବିଏମସିର ସଫଳତା : ଟିକା ନେଲେଣି ୧୦ଲକ୍ଷ


ଟିିକାକରଣ କ୍ଷେତ୍ରରେ ବିଏମସିର ସଫଳତା : ଟିକା ନେଲେଣି ୧୦ଲକ୍ଷ



@Khantiodianews :- ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟିିକାକରଣ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଛି। ଇତିମଧ୍ୟରେ ବିଏମସି ପକ୍ଷରୁ ୧୦ଲକ୍ଷ ପାନ ଟିକା ଦାନ କରାଯାଇଥିବା ଜଣାପଡ଼ିଛି। ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ମୋଟ ୬ ଲକ୍ଷ ୩୦ ହଜାର ୧୯୧ ଜଣଙ୍କୁ ପ୍ରଥମ ପାନ ଓ ୩ ଲକ୍ଷ ୭୯ ହଜାର ୫୦୫ ଜଣଙ୍କୁ ଉଭୟ ପ୍ରଥମ ଓ ଦ୍ୱିତୀୟ ପାନ ଟିକା ଦିଆଯାଇଛି ବୋଲି ବିଏମସି କମିଶନର ସଞ୍ଜୟ ସିଂହ କହିଛନ୍ତି।  

 ଅନ୍ୟପକ୍ଷରେ ବିଏମସି ଜୁଲାଇ ୧୫ ସୁଦ୍ଧା ସହରର ସମସ୍ତ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଥମ ପାନ ଓ ଅଗଷ୍ଟ ଶେଷ ସୁଦ୍ଧା ଦ୍ୱିତୀୟ ପାନ ଟିକା ଦେବା ପାଇଁ ଯୋଜନା କରିଛି। ସହରର ୫୫ ଟି ଟିକାକରଣ କେନ୍ଦ୍ରରେ ଦୈନିକ ୧୮ ହଜାରରୁ ୨୦ ହଜାର ଲୋକଙ୍କୁ ଟିକାକରଣ କରାଯାଉଥିବାବେଳେ ବିଭିନ୍ନ ନାଗରିକ ସଂସ୍ଥା ୬୦ଟି କେନ୍ଦ୍ରରେ ଏହି ସଂଖ୍ୟାକୁ ୨୮ ହଜାରରୁ ୩୦ ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.