slider

Type Here to Get Search Results !

Follow Us

ବନ୍ଦ ହେଲା ଚାରିଧାମ ଯାତ୍ରା ; କରୋନା ସଂକ୍ରମଣ ବୃଦ୍ଧି //The Charidham journey was stopped; Increased corona infection (Khanti Odia News)

Top Post Ad



 ନୂଆଦିଲ୍ଳୀ : ଉତ୍ତରାଖଣ୍ଡ ତଥା ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଥିବା ଦେଖାଯାଉଛି। ତେଣୁ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ଉପରେ ରୋକ ଲଗାଇଛନ୍ତି। ଏନେଇ ଆଜି ଏକ ବୈଠକ ମଧ୍ୟ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ କହିଛନ୍ତି, ସରକାର ଚଳିତ ବର୍ଷ ଚାରିଧାମ ଯାତ୍ରାକୁ ବନ୍ଦ କରିଛନ୍ତି। କେବଳ ମନ୍ଦିରର ପୂଜକଙ୍କୁ ଏଠାରେ ପୂଜାର୍ଚ୍ଚନା କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ମାତ୍ର କୌଣସି ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ମିଳିବ ନାହିଁ। ପୂର୍ବରୁ କରୋନା ସଂକ୍ରମଣ ଦୃଷ୍ଟିରେ ରଖି ହେମକୁଣ୍ଡ ସାହିବ ଗସ୍ତ ସ୍ଥଗିତ ରଖାଯାଇଛି।





Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.