slider

Type Here to Get Search Results !

Follow Us

ଭାରତକୁ ସହାୟତା କରିବେ ୪୦ରୁ ଅଧିକ ଦେଶ (Khanti Odia News)

Top Post Ad

 ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁର ୨ୟ ତରଙ୍ଗ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ଦୈନିକ ସଂକ୍ରମଣ ୪ ଲକ୍ଷ ନିକଟତର ହୋଇଥିଲାବେଳେ ମୃତ୍ୟୁ ସଂଖ୍ୟା ୩ ହଜାର ପାର୍‌ କରିଛି। ଦେଶରେ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀଙ୍କୁ ଅମ୍ଳଜାନ ମିଳୁନାହିଁ। ରେମଡେସିଭିର ଭଳି ଜରୁରୀ ଔଷଧ ଉପଲବ୍ଧ ନାହିଁ। ଏଭଳି ସ୍ଥିତିରେ ସାରା ବିଶ୍ଵରୁ ଭାରତକୁ ଛୁଟିଛି ସହାୟତାର ହାତ। ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଦେଶ ଭାରତକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ବୋଲି ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଗୁରୁବାର ସୂଚନା ଦେଇଛନ୍ତି।




ଏହି ସବୁ ଦେଶଗୁଡ଼ିକ ମଧ୍ୟରେ କେବଳ ବିକଶିତ ରାଷ୍ଟ୍ର ନୁହନ୍ତି, ବରଂ ଭାରତର ପଡ଼ୋଶୀ ଯେପରି କି ମରସସ୍‌, ବାଂଲାଦେଶ, ଭୂଟାନ ଭଳି ଦେଶ ସହାୟତା ପାଇଁ ଆଗେଇ ଆସିଛନ୍ତି ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୭୯ ହଜାର ୨୫୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୩୬୪୫ ଜଣ ପ୍ରାଣ ହରାଇଛନ୍ତି।

Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.