slider

Type Here to Get Search Results !

Follow Us

ସେପ୍ଟେମ୍ବର ୩୦ ଯାଏ ବଢିଲା ଫିଟ୍‌ନେସ, ପରମିଟ୍‌ ଅବଧି

Top Post Ad

 ସେପ୍ଟେମ୍ବର ୩୦ ଯାଏ ବଢିଲା ଫିଟ୍‌ନେସ, ପରମିଟ୍‌ ଅବଧି





@Khantiodianews:- ରାଜ୍ୟ ସରକାର ଲକ୍‌ଡାଉନ୍‌ କଟକଣା କୋହଳ ହେବାପରେ ଆଜି ରାଜ୍ୟ ପରିବହନ କର୍ତୃପକ୍ଷ (ଏସ୍‌ଟିଏ) ପରିବହନ ସଂକ୍ରାନ୍ତ ପଞ୍ଜୀକରଣ, ଲର୍ଣ୍ଣିଂ ଲାଇସେନ୍‌ସ(ଏଲ୍‌ଏଲ୍‌) ଡ୍ରାଇଭିଂ ଟେଷ୍ଟ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିସହିତ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପର୍‌ମିଟ୍‌, ଆର୍‌ସି, ଫିଟନେସ ଅବଧିକୁ ସେପ୍ଟେମ୍ବର ୩୦ ଯାଏ ବୈଧ ରଖିଛନ୍ତି। ଅର୍ଥାତ ଫେବ୍ରୁଆରି ପହିଲାରୁ ସେପେଟମ୍ବର ୩୦ ମଧ୍ୟରେ ମଧ୍ୟରେ ସରିବାକୁ ଥିବା ଫିଟ୍‌ନେସ୍‌, ପର୍‌ମିଟ୍‌ ଓ ଆର୍‌ସି, ଫିଟନେସ ଅବଧି ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୈଧ ରହିବ। ଆଜି ଏସ୍‌ଟିଏ ପକ୍ଷରୁ ଜାରି ବିଜ୍ଞପ୍ତିରେ (ଚିଠି ନମ୍ବର ୬୦୩୧) ରାଜ୍ୟ ସରକାର କୋଭିଡ ଗାଇଡଲାଇନ ଅନୁସାରେ ୧୭ଟି ଏ' ବର୍ଗରେ ଜିଲ୍ଲାମାନଙ୍କ ପାଇଁ ଡ୍ରାଇଭିଂ ଲାଇସେନସ ପାଇଁ ( ଡିଏଲ ଟେଷ୍ଟ)କୁ ଅନୁମତି ଦେଇଛନ୍ତି।

ନୂଆ ଆବେଦନକୁ ବାଦ୍‌ ଦେଇ କେବଳ ଯେଉଁମାନେ ପୂର୍ବରୁ ଆବେଦନ କରିଛନ୍ତି ସେମାନଙ୍କ ପାଇଁ ଡିଏଲ୍‌ ସ୍କିଲ ଟେଷ୍ଟକୁ ଅନୁମତି ଦିଆଯାଇଛି। ମାତ୍ର ଲକ୍‌ଡାଉନ୍‌ କଟକଣା ଓ କୋଭିଡ ଗାଇଡଲାଇନ ଅନୁସାରେ ଡିଏଲ୍‌ ଟେଷ୍ଟ କରିବାକୁ ନିର୍ଦ୍ଦେଶ ରହିଛି। ଆସନ୍ତା ୨୧ ତାରିଖରୁ ଦିନ ୧୧ଟାରୁ ଡିଏଲ୍‌ ଟେଷ୍ଟ ପାଇଁ ସ୍ଲଟ୍‌ ବୁକିଂ ହେବ ଓ ୨୨ ତାରିଖରୁ ଡିଏଲ ସ୍କିଲ ଟେଷ୍ଟ ହୋଇପାରିବ ବୋଲି ନିର୍ଦ୍ଦେଶ ରହିଛି। ଏହାଦ୍ବାରା 'ଏ' ବର୍ଗରେ ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲା ବରଗଡ, ବୌଦ୍ଧ. ବଲାଙ୍ଗୀର, ଦେବଗଡ, ଗଜପତି, ଗଂଜାମ, ଝାରସୁଗୁଡା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ ଜିଲ୍ଲାରେ ଆବେଦନକାରୀ ଏହି ସୁବିଧା ପାଇପାରିବେ। ତେବେ ଏଥିପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ ସହିତ, ସଂକ୍ରମଣ ଲକ୍ଷଣ ଥିବା ଓ କଣ୍ଟେନମେଣ୍ଟ ଅଞ୍ଚଳର ଆବେଦନକାରୀଙ୍କୁ ପରୀକ୍ଷା ପାଇଁ ଅନୁମତି ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଆରଟିଓ ଅଫିସରେ ଅଯଥା ଭିଡକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କମିସନର ନିର୍ଦ୍ଦେଶରେ ସତର୍କ କରାଇଛନ୍ତି।

ସୂଚନାଯୋଗ୍ୟ ଯେ, ଏପ୍ରିଲ ୨୦ ତାରିଖରୁ ସମସ୍ତ ଡିଏଲ ‌ସେବା ଲଣ୍ଣିଂ ଲାଇସେନସ ବାତିଲ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମାର୍ଚ୍ଚ ୧୮ରୁ ସେପ୍ଟେମ୍ବର ୩୦ ମଧ୍ୟରେ ସରିବାକୁ ଥିବା ଲଣ୍ଣିଂ ଲାଇସେନ୍‌ସ ଅବଧିକୁ ସେପ୍ଟମ୍ବର ୩୦ ଯାଏ ବୈଧ କରାଯାଇଛି। ସେହିଭଳି ୨୨ ଏପ୍ରିଲ ମଧ୍ୟରେ ଡିଏଲ୍‌ ଓ ଏଏଲ୍‌ଏଲ୍‌ ପାଇଁ ଯେଉଁ ଅର୍ଥ ଜମା ହୋଇଥିଲା ତାହା ବୈଧ ରହିବ। ୧୭ଟି ଜିଲ୍ଲାରେ ଡିଏଲ ନବୀକରଣ, ଡିଏଲ ପାଇଁ ପୁନଃପରୀକ୍ଷା ମଧ୍ୟ ୨୨ତାରିଖରୁ ଆରମ୍ଭ ହେବ। ନୂଆ ଡିଏଲ୍‌ ଓ ଏଲ୍‌ଏଲ୍‌ ପାଇଁ ପରେ ବିଜ୍ଞପ୍ତି ପ୍ରକାଶ ପାଇବ। ୧୭ଟି ଜିଲ୍ଲାରେ ଡିଏଲ ସେବା, ଫିଟନେସ ପାଇଁ ବାହନ ସେବା ୧୮ ତାରିଖରୁ ଚାଲୁ ରହିବ।

Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.