slider

Type Here to Get Search Results !

Follow Us

କରୋନା ଟିକା ନେବା ପରେ କାହିଁକି ହେଉଛି ସଂକ୍ରମଣ : କାରଣ ଖୋଜିବାକୁ ବୈଷୟିକ କମିଟି ଗଠନ କଲେ ସରକାର

Top Post Ad

କରୋନା ଟିକା ନେବା ପରେ କାହିଁକି ହେଉଛି ସଂକ୍ରମଣ : କାରଣ ଖୋଜିବାକୁ ବୈଷୟିକ କମିଟି ଗଠନ କଲେ ସରକାର







@Khantiodianews-: କୋଭିଡ-୧୯ର ଡେଲଟା ଭାରିଆଣ୍ଟ ଏବେ ବ୍ରିଟେନ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଏଠାରେ ସଂପ୍ରତି କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧିପାଇବାରେ ଲାଗିଛି। କହିବାକୁ ଗଲେ ପ୍ରତି ୧୧ ଦିନରେ ଦୁଇଗୁଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦେଶରେ ଭୂତାଣୁର ଡେଲଟା ଭାରିଆଣ୍ଟ ତାହାର କାୟା ବିସ୍ତାର କରିବାରେ ଲାଗିଛି। ଲଣ୍ଡନସ୍ଥିତ ଇମ୍ପେରିଆଲ କଲେଜ ନେତୃତ୍ୱରେ କରାଯାଇଥିବା ବାସ୍ତବ ସମୟ ଭିତ୍ତିକ ଗୋଷ୍ଠୀ ସଂକ୍ରମଣ ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ମଇ ୨୦ରୁ ଜୁନ୍‍ ୭ ତାରିଖ ମଧ୍ୟରେ ୧ ଲକ୍ଷ ପରିବାରରୁ ନମୁନା ସଂଗ୍ରହ କରା ଯାଇଥିଲା। ସେଥିରୁ ୦.୧୫ ପ୍ରତିଶତ ଅଥବା ୬୭୦ ଜଣ ଲୋକଙ୍କ ଠାରେ ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣ ରହିଥିବା ଜଣାପଡିଥିଲା। ତେବେ ୧୧ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧିପାଇଥିବା ଲକ୍ଷ୍ୟ କରାଯାଇଥିଲା। ଦେଶରେ ଡେଲଟା ଭାରିଆଣ୍ଟ ଜନିତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଲାବନ୍ଦ କଟକଣା ଅବଧି ଆଉଏକ ବୃଦ୍ଧି କରିବାକୁ ଘୋଷଣା କରିବା ପରେ ଏହି ଗବେଷଣା ତଥ୍ୟ ସର୍ବସମ୍ମୁଖକୁ ଆସିଛି। ତେବେ ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଥିବାରୁ ସଂକ୍ରମଣ ବୃଦ୍ଧିକୁ ପ୍ରତିହତ କରାଯାଇପାରିବ ବୋଲି ଗବେଷକ ଦଳ ମତ ଦେଇଛନ୍ତି।

Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.