slider

Type Here to Get Search Results !

Follow Us

ଭାରତରେ ପହଞ୍ଚିଲା କୋଭିଡ୍‌ ଟିକା ସ୍ଫୁଟନିକ୍‌-ଭି (Khanti Odia News)

Top Post Ad

 ଭାରତରେ କୋଭିଡ୍-୧୯ ବିରୋଧରେ ସଂଗ୍ରାମ ନିମନ୍ତେ ‘ସ୍ପୁଟ୍‌ନିକ୍-ଭି’ ଟିକା ବିଶ୍ବସନୀୟ ବିକଳ୍ପ ଯୋଗାଇପାରେ



ହାଇଦ୍ରାବାଦ: ଭାରତରେ ପହଞ୍ଚିଲା କୋଭିଡ୍‌ ଟିକା ସ୍ଫୁଟନିକ୍‌-ଭି। ହାଇଦ୍ରାବାଦ ବିମାନବନ୍ଦରେ ପହଞ୍ଚିଲା ସ୍ଫୁଟନିକ୍‌-ଭି। ଋଷିଆର ପ୍ରଥମ ବ୍ୟାଚ୍‌ ସ୍ଫୁଟନିକ୍‌-ଭି ଭାତରେ ପହଞ୍ଚିଲା। ଡକ୍ଟର ରେଡ୍ଡୀ ଲ୍ୟାବ୍‌କୁ ମିଳିବ ସ୍ଫୁଟନିକ୍‌-ଭି। ପରୀକ୍ଷଣ ପରେ ବ୍ୟବହାର ହେବ। ସ୍ଫୁଟନିକ୍‌-ଭିକୁ ଡିସିଜିଆଇ ଜରୁରୀକାଳୀନ ଅନୁମତି ଦେଇଛି। ଭାରତରେ କରୋନା ମହାମାରୀ ବିରୋଧରେ ତୃତୀୟ ଟିକା ଭାବେ ବିବେଚନା କରାଯାଉଛି। ଡକ୍ଟର୍ ରେଡ୍ଡି ଲ୍ୟାବ୍‌ର ସହ-ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଜିଭି ପ୍ରସାଦ କହିଛନ୍ତି ଯେ ଭାରତକୁ ଟିକା ଆଣିବା ନିମନ୍ତେ ‘ଆର୍‌ଡିଆଇଏଫ୍’ ସହ ଭାଗୀଦାର ହୋଇଥିବାରୁ ଆମେ ଆନନ୍ଦିତ। ଭାରତୀୟ ନିୟନ୍ତ୍ରକଙ୍କ ଆବଶ୍ୟକତା ପ୍ରମାଣ କରିବାକୁ ଆମେ ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଇବୁ। ଭାରତରେ କୋଭିଡ୍-୧୯ ବିରୋଧରେ ଆମର ସଂଗ୍ରାମ ନିମନ୍ତେ ‘ସ୍ପୁଟ୍‌ନିକ୍-ଭି’ ଟିକା ବିଶ୍ବସନୀୟ ବିକଳ୍ପ ଯୋଗାଇପାରେ ବୋଲି ପରିଚାଳନା ନିର୍ଦେଶକ ଜିପି ପ୍ରସାଦ ପ୍ରକାଶ କରିଛନ୍ତି। 


    ଋଷର ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆର୍‌ଡିଆଇଏଫ୍’)ର ସିଇଓ କିରିଲ୍ ଡିମିତ୍ରିଏଭ୍ କହିଛନ୍ତି ଯେ     ଭାରତରେ ଡକ୍ଟର୍ ରେଡ୍ଡିର ଅଂଶୀଦାର ହୋଇ ଆମେ ଖୁବ୍‌ ଆନନ୍ଦିତ। କୋଭିଡ୍-୧୯ ଦ୍ବାରା ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ଆମର ବିଶ୍ବାସ କୋଭିଡ୍-୧୯ ବିରୋଧରେ ଲଢ଼ିବାକୁ ଆମର ମାନବ ଏଣ୍ଡିନୋଭାଇରସ୍ ଯୁଗ୍ମ ବାହକଭିତ୍ତିକ ଟିକା ଭାରତକୁ ନିରାପଦ ଏବଂ ବୈଜ୍ଞାନିକସିଦ୍ଧ ବିକଳ୍ପ ଯୋଗାଇ ଦେବ।



Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.