slider

Type Here to Get Search Results !

Follow Us

କୋଭିଶିଲ୍ଡ ଦର ୧୦୦ ଟଙ୍କା କମିଲା(Khanti Odia News)

Top Post Ad

 ମୁମ୍ବଇ: ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (ଏସଆଇଆଇ) ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭିଶିଲ୍ଡର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରାଯାଇଛି। ଏ ନେଇ ଏସଆଇଆଇ ମୁଖ୍ୟ ଅଦର ପୁନାୱାଲା ବୁଧବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟଗୁଡ଼ିକ ପାଇଁ ଟିକା ଦର ୪୦୦ ଟଙ୍କା ଘୋଷଣା କରାଯାଇଥିଲା। ଏଥିରେ ୧୦୦ ଟଙ୍କା ହ୍ରାସ କରାଯିବା ପରେ ଏବେ ରାଜ୍ୟଗୁଡ଼ିକୁ ୩୦୦ ଟଙ୍କାରେ କୋଭିଶିଲ୍ଡ ଟିକା ବିକ୍ରି କରିବ ଏସଆଇଆଇ।



ସୂଚନାଯୋଗ୍ୟ, ପୂର୍ବରୁ ଖୋଜା ବଜାରରେ ଟିକା ଉପଲବ୍ଧ ହେବା ନେଇ ଘୋଷଣା କରାଯାଇଥିଲା। ରାଜ୍ୟଗୁଡ଼ିକ ପାଇଁ ୪୦୦ ଏବଂ ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ୬୦୦ ଟଙ୍କାରେ ଟିକା ଦିଆଯିବ​‌ ବୋଲି ସେରମ ପକ୍ଷରୁ କୁହାଯାଇଥିଲା। ରାଜ୍ୟ ପାଇଁ ଟିକା ଦର ହ୍ରାସ ପାଇଥିଲାବେଳେ ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ଦର ପୂର୍ବଭଳି ଅପରିବର୍ତ୍ତିତ ରହିଛି।

Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.