slider

Type Here to Get Search Results !

Follow Us

କରୋନା ବିପଦ କୁ ବେଖାତିର; ପରିବା ବଜାରରେ ଅସମ୍ଭାଳ ଭିଡ଼ (Khanti Odia News

Top Post Ad

 

କରୋନା ବିପଦ କୁ ବେଖାତିର; ପରିବା ବଜାରରେ ଅସମ୍ଭାଳ ଭିଡ଼।


ରେଙ୍ଗାଲି କ୍ୟାମ୍ପ: କରୋନାକୁ ନେଇ ଚାରିଆଡ଼େ ଆତଙ୍କ। କିନ୍ତୁ ଲୋକେ ଏହି ବିପଦକୁ ଖାତିର କରୁନାହାନ୍ତି। କରୋନାର ୨ୟ ତରଙ୍ଗ ହୁ ହୁ ହୋଇ ବଢ଼ି ଚାଲିଥିଲେ ହେଁ ଅଧିକାଂଶ ଲୋକେ କୋଭିଡ ନିମୟ ଯଥା ସାମାଜିକ ଦୂରତା କିମ୍ବା ମାସ୍କ ପରିଧାନ କରୁନାହାନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ରେଙ୍ଗାଲି କ୍ୟାମ୍ପ ଛକ ପରିବା ବଜାରରେ।

ରେଙ୍ଗାଲି କ୍ୟାମ୍ପ ଛକକୁ ପରିବା ଚାଷୀମାନେ ସେମାନଙ୍କ ପରିବା ବିକ୍ରି କରିବା ପାଇଁ ପ୍ରତିଦିନ ଆସୁଛନ୍ତି। ପରିବା ଆଉ କିଣିବା ପାଇଁ ଲୋକଙ୍କ ଭିଡ଼ ବି ବହୁତ ଜମୁଛି। କିନ୍ତୁ କାହା ମୁହଁରେ ମାସ୍କ ଅଛି ତ କାହା ମୁହଁରେ ନାହିଁ। ଆଉ ସାମାଜିକ ଦୂରତା କଥା ସମସ୍ତେ ଭୁଲି ଯାଉଛନ୍ତି। ତାହା ପୁଣି ଜାତୀୟ ରାଜପଥ କଡ଼ରେ। କିନ୍ତୁ ଏଥିପ୍ରତି ପ୍ରଶାସନର ନଜର ପଡ଼ୁନାହିଁ। ପ୍ରତିଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିଲେ ହେଁ ତାହାର ପ୍ରତିକାର ଦିଗରେ ପୁଲିସ କି ପ୍ରଶାସନ କେହି ପଦକ୍ଷେପ ନେଉ ନାହାନ୍ତି। ପରିବା ବଜାରରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.