slider

Type Here to Get Search Results !

Follow Us

କରୋନାରେ ଆଖି ବୁଜିଲେ କିମ୍ବଦନ୍ତୀ ଧାବକ ମିଲଖା ସିଂ

Top Post Ad

କରୋନାରେ ଆଖି ବୁଜିଲେ କିମ୍ବଦନ୍ତୀ ଧାବକ ମିଲଖା ସିଂ





@Khantiodianews-: ଭାରତର କିମ୍ବଦନ୍ତୀ ଧାବକ ତଥା ଫ୍ଲାଇଙ୍ଗ ଶିଖ୍ ଭାବେ ପରିଚିତ ମିଲଖା ସିଂଙ୍କ ଦେହାନ୍ତ ହୋଇଛି। ଏକ ମାସ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ରହିଥିଲେ। ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଚଣ୍ଡିଗଡ଼ର ପିଜିଆଇଏମଇଆର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ତଥ୍ୟ ଅନୁସାରେ, କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀ ନିର୍ମଳା କୌରଙ୍କ ବିୟୋଗ ମଧ୍ୟ ହୋଇଥିଲା।ମିଲଖା ସିଂଙ୍କ ପତ୍ନୀ ଭାରତୀୟ ମହିଳା ଭଲିବଲ୍ ଦଳର ପୂର୍ବତନ ଅଧିନାୟିକା ଥିଲେ। ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜୁନ୍ ୧୩ତାରିଖରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା।


ମିଲଖାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଏଥିସହ ଜଣେ କିମ୍ବଦନ୍ତୀ ଧାବକଙ୍କ ବିୟୋଗରେ କ୍ରୀଡ଼ା ଜଗତ ଓ ଭାରତବର୍ଷରେ ଶୋକର ଛାୟା ଖେଳିଯାଇଛି।ମେ' ମାସରେ କରୋନାରେ ସଂକ୍ରମିତ ହୋଇଥିଲେ ମିଲଖା। ପରେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପରେ ସୁଧାର ଆସିବାରୁ ତାଙ୍କୁ ଅନ୍ୟ ଏକ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଶୁକ୍ରବାର ତାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା। ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ ପୁଅ ଜିଭ୍ ମିଲଖା ସିଂ। କରୋନାର ପରବର୍ତ୍ତୀ ଜଟିଳତା ଯୋଗୁଁ ମିଲଖା ସିଂଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ରହିଛି।ମିଲଖା ସିଂହ ଏସିଆନ୍ ଗେମ୍ସରେ ଭାରତ ପାଇଁ ଚାରିଥର ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ସେ ୧୯୫୮ କମନୱେଲଥ ଗେମ୍ସର ଚାମ୍ପିଅନ୍ ହୋଇଥିଲେ। ଏହାପରେ ୧୯୬୦ ରୋମ୍ ଅଲିମ୍ପିକ୍ସ ଗେମ୍ସରେ ସେ ୪୦୦ ମିଟର ଦୌଡ଼ରେ ଅଳ୍ପ ବ୍ୟବଧାନରେ ପଦକ ହରାଇ ଚତୁର୍ଥ ସ୍ଥାନ ହାସଲ କରିଥିଲେ। ୧୯୫୬ ଓ ୧୯୬୪ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୧୯୫୯ରେ ତାଙ୍କ ପଦ୍ମଶ୍ରୀ ସମ୍ମାନ ମିଳିଥିଲା।




 

Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.
8k8