slider

Type Here to Get Search Results !

Follow Us

ଯୁକ୍ତଦୁଇ ମୂଲ୍ୟାଙ୍କନ ନେଇ ସିଏଚଏସଇ ଉପାଧ୍ୟକ୍ଷ ତୁଷାରକାନ୍ତ ତିପ୍ରାଠୀଙ୍କ ପ୍ରତିକ୍ରିୟା : ଯୁକ୍ତଦୁଇ ମୂଲ୍ୟାଙ୍କନ ପାଇଁ ମାଟ୍ରିକ ମାର୍କ ମୁଖ୍ୟ ଆଧାର

ଯୁକ୍ତଦୁଇ ମୂଲ୍ୟାଙ୍କନ ନେଇ ସିଏଚଏସଇ ଉପାଧ୍ୟକ୍ଷ ତୁଷାରକାନ୍ତ ତିପ୍ରାଠୀଙ୍କ ପ୍ରତିକ୍ରିୟା : ଯୁକ୍ତଦୁଇ ମୂଲ୍ୟାଙ୍କନ ପାଇଁ ମାଟ୍ରିକ ମାର୍କ ମୁଖ୍ୟ ଆଧାର






ଯୁକ୍ତଦୁଇ ମୂଲ୍ୟାଙ୍କନ ନେଇ ସିଏଚଏସଇ ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୂଲ୍ୟାଙ୍କନ ପାଇଁ ମାଟ୍ରିକ ମାର୍କ ବେଷ୍ଟ ଆଧାର । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଆଜି ବୈଷୟିକ କମିଟି ରିପୋର୍ଟ ଦେବ । ଏହି ରିପୋର୍ଟ ସରକାରଙ୍କୁ ପ୍ରଦା କରାଯିବ । ଏହା ପରେ ସରକାର ଶେଷ ନିଷ୍ପତି ନେବେ । ଯୁକ୍ତ ଦୁଇ ମୂଲ୍ୟାଙ୍କନ ପାଇଁ ଏକ ପରାମିଟର ରହିବ । ଆଜି ଯେଉଁ ବୈଠକ ବସିବାର ଥିଲା । ଏନେଇ କିଛି ବିଶେଷଜ୍ଞମାନଙ୍କର ଚୁଡ଼ାନ୍ତ ମତ ଲୋଡ଼ିଛନ୍ତି କଂଟ୍ରୋଲର ।


ପରିଷଦର ଜଣେ ସଦସ୍ୟ କହିଛନ୍ତି ଯେ ମାଟ୍ରିକ୍‌ ମାର୍କକୁ ମୁଖ୍ୟ ଆଧାର କରାଯାଇଛି । ଯୁକ୍ତ୨ ପ୍ରଥମ ବର୍ଷରେ କେତେକ କଲେଜ ପ୍ରାକ୍ଟିକାଲ ପରୀକ୍ଷା କରିଥିବାରୁ ଏହି ମାର୍କକୁ ବିଚାର କରିବାକୁ କେତେଜଣ ସଦସ୍ୟ ମତ ଦେଇଛନ୍ତି । ତେବେ ଆଉ କେତେ ଜଣ ଏହାକୁ ବିରୋଧ କରିଛନ୍ତି । ‌ଯେଉଁଥିପାଇଁ ସହମତି ହୋଇପାରୁ ନାହିଁ । ଯଦି‌ କେବଳ ମାଟ୍ରିକ୍‌ ମାର୍କକୁ ଆଧାର କରାଯାଏ ତେବେ ସବୁ ପିଲା ପାସ୍‌ କରିବେ । କାରଣ ଦଶମରେ ସମସ୍ତେ ପାସ୍‌ କରିବା ପରେ ହିଁ ଯୁକ୍ତ୨ରେ ପଢ଼ିବାକୁ ଆସିଛନ୍ତି ।


ତେଣୁ ମାଟ୍ରିକ ମୂଲ୍ୟାୟନ କେବଳ ଆଧାର କରାଯାଇ ରେଜଲ୍ଟ ପ୍ରକାଶ କରାଯାଇ ପାରିବ ନାହିଁ । ସେହିପରି ସବୁ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ହୋଇ ନ ଥିବାରୁ ତାହାକୁ ବି ଆଧାର କରାଯିବାରେ ସମସ୍ୟା ରହିଛି । ବିକଳ୍ପ ମୂଲ୍ୟାୟନ ଶେଷ ପର୍ଯ୍ୟାୟ ଆଲୋଚନା ଚାଲିଛି । ସମସ୍ତ ସଦସ୍ୟଙ୍କ ସହମତି ପରେ ହିଁ ରିପୋର୍ଟ ଚୂଡ଼ାନ୍ତ ହେବ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad

Below Post Ad

Sponsor