slider

Type Here to Get Search Results !

Follow Us

NTPCଙ୍କୁ ମିଳିଲା ଭାରତର ଶ୍ରେଷ୍ଠ ନିଯୁକ୍ତିଦାତା ସମ୍ମାନ, କାର୍ଯ୍ୟକରିବା ଲାଗି ୫୦ ପ୍ରମୁଖ ସଂସ୍ଥା ମଧ୍ୟରେ ଅନ୍ୟତମ

Top Post Ad

 NTPCଙ୍କୁ ମିଳିଲା ଭାରତର ଶ୍ରେଷ୍ଠ ନିଯୁକ୍ତିଦାତା ସମ୍ମାନ, କାର୍ଯ୍ୟକରିବା ଲାଗି ୫୦ ପ୍ରମୁଖ ସଂସ୍ଥା ମଧ୍ୟରେ ଅନ୍ୟତମ







@Khantiodianews-: ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ (ଏନଟିପିସି)ଙ୍କୁ ପ୍ରଥମ ଥର ୨୦୨୧ ରାଷ୍ଟ୍ରା ନିର୍ମାତାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ନିଯୁକ୍ତି ଦାତାଙ୍କ ସମ୍ମାନ ମିଳିଛି। ସେହିପରି ଗ୍ରେଟ ପ୍ଲେସ୍‌ ଟୁ ୱାର୍କ ଇନିଷ୍ଟିଚ୍ୟୁଟ୍ ଦ୍ୱାରା ଲାଗାତର ୧୫ ବର୍ଷ କାର୍ଯ୍ୟ ଲାଗି କର୍ମଚାରୀଙ୍କ ନିମନ୍ତେ ଶ୍ରେଷ୍ଠ କାର୍ଯ୍ୟସ୍ଥଳର ମାନ୍ୟତା ମଧ୍ୟ ମିଳିଛି। ଭାରତର ଏନଟିପିସି ଏକମାତ୍ର ସାର୍ବଜନିକ ଉପକ୍ରମ (ପିଏସୟୁ) ଯାହା ଦେଶର ଶ୍ରେଷ୍ଠ କାର୍ଯ୍ୟସ୍ଥଳ ଭାବେ ଲଗାତାର ସମ୍ମାନୀତ ହୋଇଆସୁଛି।

ଏନଟିପିସି ଚଳିତବର୍ଷ ୪୭ ମଧ୍ୟରୁ ଶୀର୍ଷ କାର୍ଯ୍ୟସ୍ଥଳସୂଚୀର ୩୮ତମ ସ୍ଥାନକୁ ପହଞ୍ଚିଛି। ସେହିପରି ଚଳିତବର୍ଷ ଏନଟିପିସି ୨୦୨୧ରେ ଭାରତର ଶ୍ରେଷ୍ଠ ନିଯୁକ୍ତିଦାତା ସମ୍ମାନ ଲାଗି ମଧ୍ୟ ମନୋନୀତ ହୋଇଛନ୍ତି। ଜିପିଟିଡବ୍ଲୁଙ୍କ ସର୍ବଶ୍ରେଷ୍ଠ କାର୍ଯ୍ୟସ୍ଥଳ ସୂଚୀକୁ ପ୍ରତିବର୍ଷ ଉନ୍ନିତ ହେବା ସଂସ୍ଥାର କାର୍ମିକ ପ୍ରଥା ଓ ଦୃଷ୍ଟିକୋଣର ଏକ ପ୍ରମାଣ ବୋଲି କେନ୍ଦ୍ର ବିଦ୍ୟୁତ ମନ୍ତ୍ରାଳୟ କହିଛନ୍ତି। ସେହିପରି ଗ୍ରେଟ ପ୍ଲେସ୍‌ ଟୁ ୱାର୍କ ସାର୍ଟିଫିକେଟ୍ ବିଶ୍ୱବ୍ୟାପୀ ସ୍ୱୀକୃତିପ୍ରାପ୍ତ ଉଚ୍ଚ ବିଶ୍ୱାସର ସ୍ୱର୍ଣ୍ଣ ମାନକ ବିଚାର କରାଯାଏ।

ଏହା ଛଡା ମାର୍ଚ୍ଚ୨୦୨୧ରେ ଦେଶର ଲୋକ ପରିଚାଳନା କ୍ଷେତ୍ରର ଏନଟିପିସି ପିଏସୟୁ ସିଆଇଆଇ ଏଚଆରଏକ୍ସଲେନ୍ସ ରୋଲ ମଡେଲ ପୁରସ୍କାରରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛି। ୱାର୍କ ଇନିଷ୍ଟିଚ୍ୟୁଟ୍‌ ମୂଲ୍ୟାଙ୍କନ ଲାଗି ମାନବ ସମ୍ବଳ ପ୍ରାକ୍ଟିସ୍‌ ଓ ନୀତିର ଅଡିଟ୍ ସମେତ କର୍ମଚାରୀଙ୍କ ଅଜ୍ଞାତ ମତାମତ ମଧ୍ୟ ନିଆଯାଇଥିଲା।

Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.