slider

Type Here to Get Search Results !

Follow Us

ଇସ୍ରାଏଲ ଦୂତାବାସ ବିସ୍ଫୋରଣ: ୨ ସନ୍ଦିଗ୍ଧଙ୍କ ସିସିଟିଭି ଚିତ୍ର ପ୍ରକାଶ କଲା ଏନଆଇଏ

Top Post Ad

 ଇସ୍ରାଏଲ ଦୂତାବାସ ବିସ୍ଫୋରଣ: ୨ ସନ୍ଦିଗ୍ଧଙ୍କ ସିସିଟିଭି ଚିତ୍ର ପ୍ରକାଶ କଲା ଏନଆଇଏ





@Khantiodianews:- ଏଠାରେ ଥିବା ଇସ୍ରାଏଲ ଦୂତାବାସ ବାହାରେ ଚଳିତ ବର୍ଷ ଜାନୁଆରୀ ୨୯ ତାରିଖ ଦିନ ଘଟିଥିବା ବିସ୍ଫୋରଣ ଘଟଣାରେ ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସିସିଟିଭି ଭିଡିଓ ଚିତ୍ର ପ୍ରକାଶ କରିଛି। ଏଥିରେ ଦେଖିବାକୁ ମିଳିଥିବା ଦୁଇଜଣ ବ୍ୟକ୍ତି ଇସ୍ରାଏଲ ଦୂତାବାସ ବାହାରେ ଆଇଇଡି ଖଞ୍ଜିଥିବା ସନ୍ଦେହ କରାଯାଉଛି। ରାଷ୍ଟ୍ରପତି ଭବନରେ ଧ୍ୱଜା ଅବତରଣ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏହି ବିସ୍ଫୋରଣ ରାଜଧାନୀ କେନ୍ଦ୍ରସ୍ଥଳକୁ ଥରାଇ ଦେଇଥିଲା। ସନ୍ଦିଗ୍ଧ ଦୁଇଜଣଙ୍କର ଚିତ୍ର ଓ ଭିଡିଓ ଜାରି କରିବା ଅବସରରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ସମ୍ପର୍କରେ ସୂଚନା ଦେବାପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ଏନଆଇଏ କହିଛି ଯେ ଏହି ଦୁଇ ସନ୍ଦିଗ୍ଧ ବ୍ୟକ୍ତି ଉକ୍ତ ସ୍ଥାନରେ ବୁଲୁଥିବା ଦେଖିବାକୁ ମିଳିଛି। ଅବଶ୍ୟ ଉକ୍ତ ବିସ୍ଫୋରଣର ତୀବ୍ରତା ଅଧିକ ନଥିଲା ଏବଂ ସେଥିରେ କେହି ମୃତାହତ ହୋଇନଥିଲେ। ସଂଧ୍ୟା ପ୍ରାୟ ୫.୫ରେ ଡଃ ଏ ପି ଜେ ଅବଦୁଲ କଲାମ ରାସ୍ତାର ଜିନ୍ଦଲ ହାଉସ ନିକଟରେ ଏହି ବିସ୍ଫୋରଣ ଘଟିଥିଲା। ତାହାଛଡା ସେହିଦିନ ଅର୍ଥାତ ଜାନୁଆରୀ ୨୯ରେ ଭାରତ ଓ ଇସ୍ରାଏଲ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନର ବର୍ଷ ପୂର୍ତ୍ତି ଥିଲା। ଏହି ଘଟଣା ପଛରେ ଇରାନ ନାଗରିକଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି।

Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.