slider

Type Here to Get Search Results !

Follow Us

ଚାଇନାକୁ ଚେକ, ରଫେଲ ପରେ ଏବେ ସ୍ଥଳ ସେନାର ଆଡଭାନ୍ସଡ ଷ୍ଟ୍ରାଇକ୍ କୋଚ, ଚିନ୍ତାରେ ଡ୍ରାଗନ

Top Post Ad

ଚାଇନାକୁ ଚେକ, ରଫେଲ ପରେ ଏବେ ସ୍ଥଳ ସେନାର ଆଡଭାନ୍ସଡ ଷ୍ଟ୍ରାଇକ୍ କୋଚ, ଚିନ୍ତାରେ ଡ୍ରାଗନ 


ଚାଇନାକୁ ଚେକ, ରଫେଲ ପରେ ଏବେ ସ୍ଥଳ ସେନାର ଆଡଭାନ୍ସଡ ଷ୍ଟ୍ରାଇକ୍ କୋଚ, ଚିନ୍ତାରେ ଡ୍ରାଗନ




@KhantiOdiaNews: ଗଲୱାନ ଘାଟିରେ ହୋଇଥିବା ରକ୍ତ ସଙ୍ଘର୍ଷକୁ ପୁରିଲା ଏକ ବର୍ଷ। ଚୀନ ସୈନିକଙ୍କ ସହ ହୋଇଥିବା ରକ୍ତ ସଙ୍ଘର୍ଷରେ ୨୦ ଜଣ ଭାରତୀୟ ସେନା ଶହୀଦ ହୋଇଥିଲେ। ଏହି ଘଟଣା ପରେ ସମ୍ପୂର୍ଣ୍ଣ ଲଦ୍ଦାଖରେ ଭାରତୀୟ ସେନା ତାର ସ୍ଥିତି ମଜବୁତ କରିଛି। ଯୋଗାଯୋଗ ସୁଦୃଢ କରିବା ପାଇଁ ଭିତ୍ତିଭୂମି ନିର୍ମାଣ ଏବଂ ଚୀନ ସୈନିକଙ୍କ ଦ୍ଵାରା ହୋଇଥିବା କୌଣସି ସମ୍ଭାବିତ ଆକ୍ରମଣ ସହ ମୁକାବିଲା କରିବା ପାଇଁ ଅତିରିକ୍ତ ସୈନିକଙ୍କୁ ନିୟୋଜିତ କରାଯାଇଛି। ସ୍ଥଳ ସେନା, ବାୟୁ ସେନ ସହ ସଶସ୍ତ୍ର ବାହିନୀକୁ ସବୁ ସ୍ତରରେ ସୁଦୃଢ କରାଯାଇଛି।  ସରକରୀ ଅଧିକାରୀଙ୍କ କହିବା ଅନୁଯାୟୀ, ଲଦ୍ଦାଖ ସେକ୍ଟରରେ ଅଚାନକ ଚୀନ ସୈନିକଙ୍କ ଆକ୍ରମଣର ମୁକାବିଲା କରିବା ପାଇଁ ଭାରତୀୟ ସେନା ଏବେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ। 


ଯୋଗାଯୋଗ କରିବା ପାଇଁ ସଡକ ନିର୍ମାଣ କରାଯାଇଛି। ଜୋଜିଲା ଦରା, ଓମଲିଙ୍ଗ ଲା, ମାର୍ସମିକ ଲା, ଖାରଦୁଙ୍ଗ ଲା ସଡ଼କ ଗୁଡିକୁ ସୈନିକଙ୍କ ଯିବା ଆସିବା ପାଇଁ ବର୍ଷ ସାରା ଖୋଲା ରଖାଯାଇଛି। ଭାରତୀୟ ସେନା ଲଦ୍ଦାଖ ସହ ଏଲଏସିରେ ସୈନ୍ୟ ଶକ୍ତି ସୁଦୃଢ କରିଛି। ଚୀନ ସେନା ସହ ମୁକାବିଲା କରିବା ପାଇଁ ଏକ ଅତିରିକ୍ତ ଷ୍ଟ୍ରାଇକ୍ କୋରକୁ ନିୟୋଜିତ କରାଯାଇଛି।  ଭାରତୀୟ ସେନା ପ୍ରତି ଦୁଇ ମାସରେ ନୂଆ ନୂଆ ରାଫେଲ ଯୁଦ୍ଧ ବିମାନ ପାଇ ଆହୁରି ସୁଦୃଢ ହେଉଛି। ରାଫେଲ ସହ ମିଗ୍-୨୯ ଏବଂ ସୁଖୋଇ-୩୦ ସୀମାରେ ନିୟୋଜିତ ଅଛନ୍ତି। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ସୈନିକଙ୍କ ଆବାସ ନିର୍ମାଣ ପାଇଁ ଇଞ୍ଜିନିୟରମାନେ ଗତ ୧୧ ମାସ ମଧ୍ୟରେ ଆସନ୍ତା ୫ ବର୍ଷ ପାଇଁ ସମସ୍ତ ସୁବିଧା ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି।

Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.