slider

Type Here to Get Search Results !

Follow Us

ସୁଶାନ୍ତଙ୍କ ମୃତ୍ୟୁ ମାମଲା ର ଅଭିଯୁକ୍ତ ସିଦ୍ଧାର୍ଥ ପିଠାନୀଙ୍କୁ ମିଳିଲା ଅନ୍ତରୀଣ ଜାମିନ

Top Post Ad

ସୁଶାନ୍ତଙ୍କ ମୃତ୍ୟୁ ମାମଲା ର ଅଭିଯୁକ୍ତ ସିଦ୍ଧାର୍ଥ ପିଠାନୀଙ୍କୁ ମିଳିଲା ଅନ୍ତରୀଣ ଜାମିନ







@Khantiodianews- ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ତଥା ଫ୍ଲାଟ୍‌ମେଟ୍ ସିଦ୍ଧାର୍ଥ ପିଠାନୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଗୁରୁବାର ଦିନ ଏକ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ସିଦ୍ଧାର୍ଥ ପଠାନିଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ସୂଚନା ମିଳିଛି।


ସୁଶାନ୍ତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ କେସ୍‌ରେ ମେ ୨୮ରେ ହାଇଦ୍ରାବାଦରୁ ଗିରଫ ହୋଇଥିଲେ ସିଦ୍ଧାର୍ଥ। ଏନସିବି ଦ୍ୱାରା ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।


ସୂଚନା ଅନୁଯାୟୀ ଗତ ସପ୍ତାହରେ ନିଜ ବିବାହ ଲାଗି ଜାମିନ ଆବେଦନ କରିଥିଲେ ସିଦ୍ଧାର୍ଥ। ହେଲେ କୋର୍ଟ ତାଙ୍କ ଜାମିନ ଆବେଦନ ପ୍ରତ୍ୟାହାର କରିଥିଲେ। ଏହାପରେ ସିଦ୍ଧ‌ାର୍ଥ ଜୁନ୍‌ ୨୬ରେ ବିବାହ କରିବା ପାଇଁ କୋର୍ଟଙ୍କୁ ଅନ୍ତରୀଣ ଜାମିନ ମାଗିଥିଲେ। ଏହାପରେ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଜୁଲାଇ ୨ ଯାଏ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.