slider

Type Here to Get Search Results !

Follow Us

ଦେଶରେ ୬ଟି ଡେଲଟା ପ୍ଲସ ଭୂତାଣୁ ଚିହ୍ନଟ

 

@Khantiodianews-: ଦେଶରେ ୬ଟି ଡେଲଟା ପ୍ଲସ ଭୂତାଣୁ ଚିହ୍ନଟ : ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ଦୁଇଟି ରହିଥିବା ଜଣାପଡିଛି; ଆଇଏଲଏସ ନିର୍ଦ୍ଦେଶକ କହିଲେ, ଚାଲିଛି ଅନୁଧ୍ୟାନ




 

ସମଗ୍ର ଦେଶରେ ୬ଟି ଡେଲଟା ପ୍ଲସ ଭୂତାଣୁ ଚିହ୍ନଟ । ଏଥି ମଧ୍ୟରୁ ଝାଡ଼ଖଣ୍ଡ,ପଶ୍ଚିମବଙ୍ଗର ଦୁଇଟି ରହିଥିବା ଜଣାପଡିଛି । ୪ଟି ରାଜ୍ୟ ବିହାର, ଛତିଶଗଡ଼, ଓଡିଶା ଓ ଝାଡ଼ଖଣ୍ଡର ସାମ୍ପୁଲକୁ ନେଇ ଆଇଏଲଏସ୍ ଜିନମ ସିକ୍ୟୁଏନସିଂ ହେଉଛି । ଅଧିକ ସାମ୍ପୁଲର ଜିନମ ସିକ୍ୟୁଏନସିଂ କରାଗଲେ ଜଣାପଡିବ ଯେ ଡେଲାଟା ପ୍ଲସ ଭାଇରସ୍ ସ୍ଥିତି କଣ ରହିଛି ।

 

ସେ ଆହୁରି ମଧ୍ୟ କରିଛନ୍ତି, ଲକଡ଼ାଉନ କୋହଳ ହେବା ପରେ ଲୋକମାନେ କଟକଣା ମାନୁନାହାନ୍ତି । ଯେଉଁଥିପାଇଁ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ତେଣୁ ସମସ୍ତେ ସରକାରଙ୍କ ଗାଇଡ଼ ଲାଇନକୁ ସଠିକ ଭାବେ ଅନୁପାଳନ କରନ୍ତୁ । ଅନ୍ୟପକ୍ଷରେ ନେବା ପରେ କାହିଁକି ଲୋକମାନେ ସଂକ୍ରମିତ ହେଉଛନ୍ତି ସେ ନେଇ ଆନାଲିସିସ୍ କରିବା ପାଇଁ ଟେକିନିକାଲ କମିଟି ଗଠନ କରାଯାଇଛି । ଆଜି ଏହି କମିଟିର ପ୍ରଥମ ବୈଠକ ବସିବାକୁ ଯାଉଛି । ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା ଚାଲିଛି । ଦରକାର ପଡିଲେ ଅନ୍ୟ ଏକ୍ସପର୍ଟ କମିଟିର ସହାୟତା ନେବୁ ।

 

ତେବେ ଆଇସିଏମାଆର ଡାଟା ଅନୁଯାୟୀ ଦେଶରେ ୦.୦୪ ପ୍ରତିଶତ ପ୍ରଥମ ଡୋଜ, ୦.୦୩ ପ୍ରତିଶତ ଦ୍ବିତୀୟ ଡୋଜ ନେଇ ସଂକ୍ରମିତ ହେଉଛନ୍ତି । ମାତ୍ର ଏହା ମଧ୍ୟରେ ଭଲ ଖବର କି ଭ୍ୟାକ୍ସିନେସନ ପରେ ୭୫ ଭାଗ ଲୋକଙ୍କୁ ମେଡ଼ିକାଲ ଯିବାକୁ ପଡୁନି ।

 

 

 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad

Below Post Ad

Sponsor