slider

Type Here to Get Search Results !

Follow Us

ଭୁବନେଶ୍ବରରେ ବିଏମ୍‌ସି ପକ୍ଷରୁ ନିର୍ଦ୍ଧାରଣ ହେଲା ଟିକାକରଣ ସମୟ ( Khanti Odia News)

Top Post Ad

 

୧୮ରୁ୪୪ ବର୍ଷ ବର୍ଗ ପାଇଁ ସକାଳ ୮ରୁ ଦିନ ୧ଟା, ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଅପରାହ୍ଣ ୩ରୁ୬ଟା ମଧ୍ୟରେ ମିଳିବ ଟିକା





ଭୁବନେଶ୍ୱର: ବରିଷ୍ଠ ନାଗରୀକ ଓ ସମ୍ମୁଖ ଯୋର୍ଦ୍ଧା ସମେତ ୪୫ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକାକରଣ ଚାଲିଛି। ରାଜ୍ୟରେ ଦ୍ବିତୀୟ ଡୋଜ୍‌ ଟିକା ନେବାକୁ ଥିବା ଏହି ବର୍ଗର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି। ଏପରି ସ୍ଥିତିରେ ସୋମବାରଠାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆରମ୍ଭ ହେବାକୁ ଥିବା ୧୮ରୁ ୪୪ ବର୍ଷର ବର୍ଗର ଲୋକଙ୍କୁ କେଉଁ ସମୟରେ ଟିକା ଦିଆଯିବ ଏବଂ ଟିକକାରଣ କେନ୍ଦ୍ରରେ ଗହଳିକୁ ଏଡାଇବା ପାଇଁ ଆଜି ବିଏମ୍‌ସି ସମୟ ନିର୍ଦ୍ଧାରଣ କରାଯାଇଛି। ଭିନ୍ନ ଭିନ୍ନ ବର୍ଗ ବୟସ୍କଙ୍କ ଲାଗି ଟିକାକରଣ ସମୟ ନିର୍ଦ୍ଧାରଣ କହି କୁହାଯାଇଛି ଯେ ସକାଳ ୮ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ୧୮ରୁ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯିବ। ସେହିପରି ୪୫ବର୍ଷରୁ ଊର୍ଦ୍ଧ୍ବଙ୍କୁ ଅପରାହ୍ଣ ୩ରୁ୬ଟା ପର୍ଯ୍ୟନ୍ତ ଟିକାକରଣ କରାଯିବ। ଦ୍ବିତୀୟ ଡୋଜ୍‌ ନେବାକୁ ଥିବା ଏହି ବର୍ଗରୁ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ମିଳିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।





Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.